ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ବ୍ୟାପିବାରେ ଲାଗିଛି କୋରୋନା ଭାଇରସ। ସୋମବାର ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ହେଲାଣି। ଚୀନରେ ୧୬,୨୦୫ ଲୋକ ଏହି ଭାଇରସ୍‌ ଯୋଗୁଁ ଆକ୍ରାନ୍ତ ହେଲେଣି। ବିଶ୍ଵର ୨୫ଟି ଦେଶରେ ଏହି ଭାଇରସ ବ୍ୟାପିଲାଣି।

ଅନ୍ୟପଟେ କେରଳରେ ୩ ଜଣ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ କୋରୋନା ଭାଇରସକୁ ନେଇ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଇଛନ୍ତି। ଯେଉଁମାନେ ୧୫ ଜାନୁଆରି ପରେ ଚୀନ ଯାତ୍ରା କରିଛନ୍ତି ବା ଚୀନରୁ ଫେରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଅଲଗା ଓ୍ୱାର୍ଡରେ ରଖାଯାଇଛି।

ଓଡ଼ିଶାରେ ସମସ୍ତ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ଵାର୍ଡ ଖୋଲାଯାଇଛି। ଏହାସହ ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଭୁବନେଶ୍ୱର ବିମାନବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୁଆଲାଲୁମ୍ପୁରରୁ ଆସିଥିବା ୬୦ ଜଣ ଯାତ୍ରୀଙ୍କଠାରେ କୋରୋନା ଭାଇରସ୍ ସ୍କ୍ରିନିଂ ହୋଇଛି। କ୍ୟାପିଟାଲ୍ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ଯାତ୍ରୀଙ୍କଠାରେ କରୋନା ଭୂତାଣୁ ଯାଞ୍ଚ କରିଛନ୍ତି।

ଅନ୍ୟପକ୍ଷରେ କଟକ ଏସ୍‌ସିବିରେ ୨ ଜଣ କୋରୋନା ସନ୍ଦିଗ୍ଧଙ୍କୁ ରହିଥିବା ଜଣାପଡ଼ିଛି।

Comment