ଓଡ଼ିଶାଲାଇଭ୍‌ ବ୍ୟୁରୋSamir Dash

କୋରାନାକୁ ନେଇ ସବୁଠି ଭୟ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସ୍କୁଲଗୁଡ଼ିକୁ ଗାଇଡଲାଇନ୍‌ ମଧ୍ୟ ଜାରି କରିଛି। ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ପରେ କୋରୋନା ଭାଇରସରୁ ଛାତ୍ୟଛାତ୍ରୀଙ୍କୁ ଦୂରେଇ ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ‘‘ସ୍କୁଲରେ ଯଦି ପିଲାଙ୍କ ଥଣ୍ଡା, କାଶ କି ଜ୍ୱରର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ସ୍କୁଲର ଶିକ୍ଷକମାନେ ଚିକିତ୍ସା ବ୍ୟବସ୍ଥା କରିବେ।’’

ସେ ଆହୁରି ମଧ୍ୟ କହିଛନ୍ତି, ଯାହା ସ୍ୱାସ୍ଥ୍ୟ ବିଭାଗ ଆଡ଼ଭାଇଜରି ଜାରି କରିଛି, ତାକୁ ସବୁ ସ୍କୁଲ ପାଳନ କରିବେ। ସୋମବାର ସୁଦ୍ଧା ଚୀନରେ ମୃତ୍ୟୁ ସଂଖ୍ୟା ୪୨୫କୁ ବୃଦ୍ଧି ହେଲାଣି। ଚୀନରେ ୧୬,୨୦୫ ଲୋକ ଏହି ଭାଇରସ୍‌ ଯୋଗୁଁ ଆକ୍ରାନ୍ତ ହେଲେଣି।

Comment