ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ହେଉ ବା ଟେଲିଭିଜନ ହେଉ ସବୁଠି ଏବେ ଜିରୋ ଫିଗରର ଟ୍ରେଣ୍ଡ। ଯାହାକୁ ଦେଖ ସମସ୍ତେ ସ୍ଲିମ୍‌ ଟ୍ରିମ। ଏମିତି ପତଳା ବା ସ୍ଲିମ ହିରୋଇନଙ୍କୁ ଦର୍ଶକ ବି ପସନ୍ଦ କରୁଛନ୍ତି। ହେଲେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଜିରୋ ଫିଗର ନହୋଇ ବି ପରଦାରେ ରାଜ୍‌ କରୁଛନ୍ତି।

ଭାରତୀ ସିଂ

ଟିଭି ଜଗତର ଜଣାଶୁଣା ନାଁ ହେଲା ଭାରତୀ ସିଂ। ଷ୍ଟାଣ୍ଡଅପ୍‌ କମେଡିର କଥା ଆସିଲେ ପ୍ରଥମେ ଭାରତୀଙ୍କ ନାଁ ହି ସାମ୍ନାକୁ ଆସେ। ମୋଟା ହେଲେ ବି ସେ ପରଦାରେ ରାଜ କରୁଛନ୍ତି। ଦର୍ଶକ ବି ତାଙ୍କୁ ପସନ୍ଦ କରୁଛନ୍ତି।

ଅଞ୍ଜଳି ଆନନ୍ଦ

ଟିଭିର ସୁନ୍ଦରୀ ହିରୋଇନଙ୍କ ମଧ୍ୟରୁ ଅଞ୍ଜଳୀ ଆନନ୍ଦ ଜଣେ। ଷ୍ଟାର୍‌ପ୍ଲସର ସିରିଏଲ ‘ଢାଇ କିଲୋ ପ୍ରେମ୍‌’ ସେ ଟେଲିଭିଜନରେ ଡେବ୍ୟୁ କରିଥିଲେ ଏହତ ଅଭିନେତ୍ରୀ। ଖୁବ୍‌ କମ୍‌ ସମୟରେ ସେ ନିଜକୁ ଲୋକପ୍ରିୟ କରାଇଥିଲେ। ଏବେ ଷ୍ଟାର୍‌ ପ୍ଲସର କୁଲ୍‌ଫି କୁମାର ବାଜେଓ୍ୱାଲାରେ ନଜର ଆସୁଛନ୍ତି। ଦେଖିବାକୁ ମୋଟା ହେଲେ ବି ପରଦାରେ ଜଲଓ୍ୱା ଦେଖାଉଛନ୍ତି ଅଞ୍ଜଳି।

Comment