ଓଡ଼ିଶାଲାଇଭ୍‌ ବ୍ୟୁରୋ

national health mission

ଝାରସୁଗୁଡ଼ା ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୦ ତାରିଖରୁ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବାକୁ ଯାଉଛି। ଡିଏମ୍‌ଏଫ୍‌ ଅଧିନରେ ଏହି ନିଯୁକ୍ତି ହେବ ଏବଂ ଏହା ୧୧ ମାସ ପାଇଁ ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ।

  • ଏହି ମେଡିକାଲ ଅଫିସର୍‌ ପଦବୀରେ ସମୁଦାୟ ୫ ଜଣଙ୍କ ନିଯୁକ୍ତି ହେବ।

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ବାୟୋଡାଟା, ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ଏବଂ ଫଟୋକପି ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ଫେବ୍ରୁଆରି ୩ରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି।

ଅଫିସ୍‌ ଅଫ୍‌ ଦି ସିଡିଏମ୍‌ ଆଣ୍ଡ ପିଏଚ୍‌ଓ କମ୍‌ ଡିଷ୍ଟ୍ରିକ୍ଟ ମିଶନ୍‌ ଡିରେକ୍ଟର, ଏନ୍‌ଏଚ୍‌ଏମ୍‌, ଝାରସୁଗୁଡ଼ା

ଇଣ୍ଟରଭ୍ୟୁ ସମୟ:

  • ଫେବ୍ରୁଆରି ୨୦ ସକାଳ ୧୧ଟାରୁ ୧୨.୩୦ ଯାଏଁ
  • ଏହା ପରେ କେବଳ ସରକାରୀ ଛୁଟି ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଇଣ୍ଟରଭ୍ୟୁ ଜାରୀ ରହିବ।

ଏହି ପଦବୀ ସଂପର୍କରେ ଅଧିକ ଜାଣିବା ପାଇଁ ଡିଷ୍ଟ୍ରିକ୍ଟ ଅଫିସିଆଲ୍‌ ଓ୍ଵେବ୍‌ସାଇଟ୍‌ jharsuguda.nic.in ରେ ଲଗ୍‌ ଇନ୍‌ କରନ୍ତୁ।

Comment