ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ପ୍ରସିଦ୍ଧ ମୋଗଲ ଗାର୍ଡେନ। ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ମୋଗଲ ଗାର୍ଡେନ ମାର୍ଚ୍ଚ ୮ ତାରିଖ ଯାଏଁ ଖୋଲା ରହିବ। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

ଏଥିସହ ପ୍ରତବର୍ଷ ଭଳି ଏବର୍ଷ ବି ରାଷ୍ଟ୍ରପତି ଗାର୍ଡେନରେ ‘ଉଦ୍ୟାନଉତ୍ସବ’କୁ ଉଦଘାଟନ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ନିଜ ଫଟୋକୁ ଟୁଇଟରରେ ପୋଷ୍ଟ କରିଛନ୍ତି।

ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ଯାଏଁ ଏହି ଗାର୍ଡେନ ଖୋଲା ରହିବ। ଏହି ସମୟରେ ଲୋକେ ଅନୁମତି ନେଇ ଗାର୍ଡେନରେ ବୁଲି ପାରିବେ। ଭଳିକି ଭଳି ଫୁଲର ମଜା ନେଇପାରିବେ ପର୍ଯ୍ୟଟକ। ଗତବର୍ଷ ଏହି ଗାର୍ଡେନକୁ ପ୍ରାୟ ୫ ହଜାର ପର୍ଯ୍ୟଟକ ଆସିଥିଲେ।

Comment