ଓଡ଼ିଶାଲାଇଭ୍ ବ୍ୟୁରୋ

ଝିଅମାନଙ୍କ ବିବାହ ବୟସ ୧୮ ବର୍ଷରୁ ବୃଦ୍ଧି କରି ଏହାକୁ ୨୧ ବର୍ଷ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାତୃତ୍ୱ ବୟସ ବୃଦ୍ଧି କରିବାକୁ ଘୋଷଣା କରିବା ପରେ ଏହି ଖବର ଆହୁରି ଏବେ ଆହୁରି ପକ୍କା ହୋଇଛି।କେନ୍ଦ୍ର ଅର୍ଥମନ୍ତ୍ରୀ ଚଳିତ ବଜେଟ୍ ଅଧିବେଶନରେ କହିଥିଲେ ଯେ ସରକାର ମାତୃତ୍ୱ ହେବାର ବୟସ ସୀମା ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ଏହାଫଳରେ ଏକ ନିର୍ଦ୍ଧିଷ୍ଟ ବୟସ ଅତିକ୍ରମ କଲାପରେ ହିଁ ଜଣେ ମହିଳା ମା’ ହୋଇପାରିବେ। ତେଣୁ ସରକାର ଝିଅମାନଙ୍କ ବିବାହ ହେବାର ବୟସସୀମା ବୃଦ୍ଧି କରିବେ, ଏହାଦ୍ୱାରା ପରୋକ୍ଷରେ ମହିଳାମାନଙ୍କର ମାତୃତ୍ୱ ବୟସ ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

ବର୍ତ୍ତମାନ ଭାରତରେ ଝିଅମାନେ ୧୮ ବର୍ଷ ହେବା ପରେ ଆଇନ୍ ଅନୁଯାୟୀ ବିବାହ କରିବାକୁ ଯୋଗ୍ୟ ହୋଇଥାନ୍ତି। ଏହି ବୟସସୀମାକୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି। ପୁଅମାନଙ୍କ ବିବାହ ବୟସ ସୀମା ଏବେ ବି ୨୧ ବର୍ଷ ରହିଛି।

Comment