ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାସ୍ତାର ରଙ୍ଗ୍ ରୁଟରେ ଗାଡ଼ି ଚଲେଇଲେ ଚକା ହୋଇଯିବ ପମ୍ପଚର। କାରଣ କମିସନରେଟ୍ ପୋଲିସ୍ ପ୍ରତି ରାସ୍ତାରେ ସ୍ପାଇକ୍ ବ୍ୟାରିଅର ଲଗାଇବାକୁ ଯାଉଛି। ଏହାଦ୍ୱାରା ଯେଉଁ ଗାଡ଼ି ଚାଳକମାନେ ରଙ୍ଗରୁଟରେ ଗାଡ଼ି ଚଳେଇବେ ସେମାନଙ୍କ ଚକା ଆପେ ଆପେ ପମ୍ପଚର ହୋଇଯିବ।

ବୁଧବାର ଏନେଇ ଗାଡ଼ି  ଚାଳକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡଙ୍ଗୀ।ସେ କହିଛନ୍ତି ଯେ ଲୋକମାନେ ଅଯଥା ଟ୍ରାଫିକ୍ ଆଇନ୍ ଭାଙ୍ଗି ପୋଲିସ୍ ପାଖରେ ନେହୁରା ହୁଅନ୍ତୁ ନାହିଁ। ଏହା ବଦଳରେ ଟ୍ରାଫିକ୍ ନିୟମ ପାଳନ କରନ୍ତୁ। ଏଣିକି ରଙ୍ଗ୍ ରୁଟରେ ଗାଡ଼ି ଚଲାଉଥିବା ଚାଳକଙ୍କୁ ଉଚିତ୍ ଶାସ୍ତି ଦେବା ପାଇଁ ସ୍ପାଇକ୍ ବ୍ୟାରିଅର ଲଗାଯିବ। ଫଳରେ ସେମାନଙ୍କ ଚକା ଆପେ ଆପେ ଲିକ୍ ହୋଇଯିବ ବୋଲି କହିଛନ୍ତି କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ବହୁଦିନ ଧରି ରାସ୍ତାର ରଙ୍ଗ ରୁଟରେ ଗାଡ଼ି ଚାଳକମାନେ ଗାଡ଼ି ଚଳାଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ପୋଲିସ୍ ଏ ଦିଗରେ ଉଚିତ୍ ପଦକ୍ଷେପ ନେବା ପାଇଁ ଲୋକମାନେ ଅଭିଯୋଗ କରୁଥିଲେ। ଶେଷରେ ପୋଲିସ୍ କମିସନରେ ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି।

Comment