ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ସମସ୍ତ ବସ୍ ଷ୍ଟାଣ୍ଡଗୁଡ଼ିକର ହେବ ଉନ୍ନତିକରଣ। ପ୍ରମୁଖ ବସ୍‌ ଷ୍ଟାଣ୍ଡଗୁଡ଼ିକୁ ବିମାନବନ୍ଦର ଭଳି ଉନ୍ନତ କରାଯିବ। ସେଠାରେ ସପିଂ ମଲ୍‌, ମଲ୍ଟି ପ୍ଲେକ୍ସ ଆଦିର ସୁବିଧା ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।

ସରକାରୀ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ କେମିତି ଭଲ ବ୍ୟବହାର ପାଇବେ ସେନେଇ କ୍ରୁଟ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ପ୍ରତାପ ଜେନା ଏହା କହିଛନ୍ତି।

ଏହି କର୍ମଶାଳା ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଚାଲିବ। ଦେଶ ବିଦେଶରୁ ଆସିଥିବା ଏକ୍ସପର୍ଟମାନେ ଏହି କର୍ମଶାଳାରେ ବସ୍ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ।

Comment