ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୃଷଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୃଷଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୃଷଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ।

କେଶ ସମସ୍ୟା ଦୂର କରେ

ଭୃଷଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ ଚିକ୍କଣ କରି ଶୁଷ୍କତା ଦୂର କରିଥାଏ। ଏହା ବ୍ୟତୀତ ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ କେଶଖଉ ଡ୍ୟାମେଜ୍‌ ହେବାରୁ ରକ୍ଷା କରିଥାଏ। କେଶରେ ରୂପି ସମସ୍ୟା ଦୂରକରିବା ପାଇଁ  ଭୃଷଙ୍ଗ ପତ୍ର ବ୍ୟବହାର କରିପାରିବେ। ଭୃଷଙ୍ଗ ପତ୍ରକୁ କ୍ଷୀରରେ ମିଶାଇ ବାଟି ପେଷ୍ଟ ତିଆରି କରି କେଶରେ ଲଗାନ୍ତୁ। ୨ ଘଣ୍ଟା ପରେ ଥଣ୍ଡା ପାଣିରେ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ। ଏହା ଦ୍ୱାରା କେଶରେ ରୂପି ସମସ୍ୟା ଦୂର ହୋଇଥାଏ।

ଲିଭର୍‌ ସୁସ୍ଥ ରଖେ

ଲିଭର୍‌ ଜନିତ ରୋଗରୁ ରକ୍ଷା କରେ ଭୃଷଙ୍ଗ ପତ୍ର। ଏଥିରେ ଥିବା ଭିଟାମିନ୍‌ ସି ଓ ଏ ଲିଭର୍‌କୁ ସିସ୍ଥ ରଖିବାରେ ସାହାଯ୍ୟ କରେ। କୋଷ୍ଠକାଠିନ୍ୟ ହେଉଥିଲେ ଭୃଷଙ୍ଗ ପତ୍ର ନିଶ୍ଚୟ ଖାଆନ୍ତୁ।

ଡାଇବେଟିସ୍‌ କଣ୍ଟ୍ରୋଲ କରେ

ଶରୀରରେ ବ୍ଲଡ ସୁଗାରର ମାତ୍ରା ଠିକ୍‌ ରଖିବା ପାଇଁ ନିୟମିତ ଭୃଷଙ୍ଗ ପତ୍ର ଖାଆନ୍ତୁ। ଏଥିରେ ତନ୍ତୁ ଜାତୀୟ ପୋଷଣ ଇନ୍‌ସୁଲିନ ଉପରେ ଭଲ ପ୍ରଭାବ ପକାଇଥାଏ। ଯାହାକି ଶରୀରରେ ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ।

ଖଣ୍ଡିଆ ତଥା ଚର୍ମ ରୋଗ ଭଲ କରେ

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ଅଥବା ଚର୍ମ ରୋଗ ଦେଖାଦେଲେ ଭୃଷଙ୍ଗ ପତ୍ର ବ୍ୟବହାର କରିପାରିବେ। ଭୃଷଙ୍ଗ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଅକ୍ସିଡାନ୍ଟ ପ୍ରଚୁର ରହିଛି। ତେଣୁ ଭୃଷଙ୍ଗ ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇଲେ ଉପଶମ ମିଳେ।

କୋଲେଷ୍ଟ୍ରୋଲ୍‌ କମ କରେ

ଭୃଷଙ୍ଗ ପତ୍ର ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରା କମ ରଖେ। ଏହାକୁ ଖାଇବା ଦ୍ୱାରା ଶରୀରରେ ଗୁଡ୍‌ କୋଲେଷ୍ଟ୍ରୋଲ୍‌ ଠିକ୍‌ ରହିଥାଏ, ଯାହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ।

Comment