ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୦ ଯାଏଁ ଭିଜାଇବ ବର୍ଷା। ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମାରିବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ, ବର୍ତ୍ତମାନ ଯେଭଳି ମେଘୁଆ ପାଗ ରହିଛି, ଆସନ୍ତା ୯ ତାରିଖ ଯାଏଁ ଏହା ଜାରି ରହିବ।

୭ ଓ ୮ ତାରିଖରେ ଅଧିକ ବର୍ଷା ହେବ। ଭୁବନେଶ୍ୱର, କଟକ, ପୁରୀରେ ପାଖାପାଖି ୫୦ରୁ ୬୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

୯ ତାରିଖରୁ ଉତ୍ତର ପବନ ବହିବା ଫଳରେ କିଛି ଦିନ ଥଣ୍ଡା ଅନୁଭୂତ ହେବ। ୧୦ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।

ବୁଧବାର ରାତିରେ ବିଭିନ୍ନ ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା। ରାତିରେ ଘନ କୁହୁଡ଼ି ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

Comment