ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ‘ବାଗି ୩’ ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଫିଲ୍ମରେ ଟାଇଗର ପୁଣିଥରେ ଜବରଦସ୍ତ ଆକ୍ସନ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି।

ତେବେ କେବଳ ଆକ୍ସନ ନୁହେଁ ଟାଇଗରଙ୍କୁ ଏହି ଫିଲ୍ମରେ ବିଦେଶରେ ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଦେଖିବାକୁ ପାଇବେ ଦର୍ଶକ। ନିଜ ଭାଇକୁ ବଞ୍ଚେଇବାକୁ ଯାଇ ସିରିଆରେ ଆତଙ୍କବାଦୀ ସହ ଲଢ଼େଇକୁ ନେଇ ଫିଲ୍ମର କାହାଣୀକୁ ତିଆରି ହୋଇଛି।

ଏଥିରେ ରିତେଶ ଦେଶମୁଖଙ୍କୁ ଟାଇଗରଙ୍କ ଭାଇଙ୍କ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ପୁଣିଥରେ ରନି ଚରିତ୍ର ନିଭାଇଛନ୍ତି ଟାଇଗର। ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଙ୍କିତା ଲୋଖଣ୍ଡେଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ।

ପ୍ରଥମ ଫିଲ୍ମ ବାଗିରେ ଟାଇଗରଙ୍କ ସହ ଶ୍ରଦ୍ଧା, ବାଗି ୨ରେ ଦିଶା ପାଟନୀ ଅଭିନୟ କରିଥିଲେ। ଉଭୟ ଫିଲ୍ମକୁ ଦର୍ଶକ ପସନ୍ଦ କରିଥିଲେ।

Comment