ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୯ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।

ଓଡ଼ିଶା ସିଭିଲ ସର୍ଭିସ ରୁଲ୍‌ରେ ସଂଶୋଧନ ହେବା ସହ ଓଡ଼ିଶା ରିହାବିଲିଟେସନ ରୁଲ ଆସିବା ନେଇ ବୈଠକରେ ଅନୁମୋଦନ ହୋଇଛି।

ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଗ୍ରୁପ୍‌ ଡି ପଦବୀରେ ଚାକିରି ମିଳିବ ଚାକିରି। ଯେକୌଣସି ଅଫିସରଙ୍କ ମୃତ୍ୟୁ ହେଲେବି ତାଙ୍କ ପରିବାର ସଦସ୍ୟଙ୍କୁ ଗ୍ରୁପ୍‌ ଡି ଅନୁସାରେ ନିଯୁକ୍ତି ମିଳିବ।

ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପର ୨ଟି ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ୨ଟି ପ୍ରକଳ୍ପ ପାଇଁ ୩୪୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି କୁଅଁରମୁଣ୍ଡା ବ୍ଲକ ପାଇଁ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ୨ଲକ୍ଷ ଲୋକ ଉପକୃତ ହେବେ।

Comment