ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋ କଲେଜ୍‌ ଅଭିଯାନ ପରିଚାଳନା ସଂଗଠନରେ (MCAPS) ଗୋଟିଏ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର୍‌ ଏବଂ ୪ଟି କନ୍‌ସଲ୍‌ଟାଣ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୨୯ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

  • ସିଇଓ- ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଅତିକମ୍‌ରେ ୧୦ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • କନ୍‌ସଲ୍‌ଟାଣ୍ଟ୍‌- ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ ଅତିକମ୍‌ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

  • ସିଇଓ- ୧୯୭୦ ଜାନୁଆରି ୧ରୁ ୧୯୮୦ ଜାନୁଆରି ୧ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ।
  • କନ୍‌ସଲ୍‌ଣ୍ଟାଟ୍‌- ୧୯୮୦ ଜାନୁଆରି ୧ରୁ ୧୯୯୦ ଜାନୁଆରି ୧ ମଧ୍ୟରେ ଜନ୍ମ ଗ୍ରହଣ କରିଥିବେ।

ଦରମା:

  • ସିଇଓ- ୬୦,୦୦୦ ଟଙ୍କା
  • କନ୍‌ସଲ୍‌ଣ୍ଟାଟ୍‌- ୪୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନ ଆବେଦନକାରୀମାନେ ଆବେଦନ ପତ୍ର ପୂରଣ କରି mocollege.abhijan@gmail.com କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପଠାଇଦେବେ।

ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୦ ତାରିଖରୁ ଓ୍ଵେବ୍‌ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ।

ଏହି ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟ କୌଣସି ସୂଚନା ପାଇଁ dheodisha.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment