ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନ ସେଣ୍ଟ୍ରାଲ୍‌ ୟୁନିଭର୍ସିଟିରେ ଫାଇନାନ୍ସ ଅଫିସର୍‌ ପଦବୀରେ ରହିଛି ଚାକିରି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୧୦ ଯାଏଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ଯେକୌଣସି ବିଭାଗରେ ୫୫% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ। ଏକାଡେମିକ୍‌ ଲେଭେଲ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର୍‌ ଭାବେ ଅତିକମ୍‌ରେ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୨୦୨୦ ଜାନୁଆରି ୧୬ ସୁଦ୍ଧା ୫୭ ବର୍ଷରୁ କମ୍‌ ବୟସ୍କ

ଦରମା– ୧,୪୪,୨୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଆବେଦନକାରୀମାନେ ଫେବ୍ରୁଆରି ୧୦ ସୁଦ୍ଧା ଅନ୍‌ଲାଇନରେ ଆବେଦନ କରିପାରିବେ। ଏହା ପରେ ଆବେଦନପତ୍ରର ହାର୍ଡ କପିକୁ ନିମ୍ନଲିଖିତ ଠିକଣାରେ ଫେବ୍ରୁଆରି ୧୫ ସୁଦ୍ଧା ପଠାଇବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଠିକଣା: ରେଜିଷ୍ଟ୍ରର୍‌, ସେଣ୍ଟ୍ରାଲ୍‌ ୟୁନିଭର୍ସିଟି ଅଫ୍‌ ରାଜସ୍ଥାନ, ଏନ୍‌ଏଚ୍‌-୮, ବନ୍ଦର୍‌ସିନ୍ଦ୍ରୀ-୩୦୫୮୧୭, କିଶାନ୍‌ଗଡ଼, ଜିଲ୍ଲା ଅଜ୍‌ମେର୍‌

ଆବେଦନ ଶୁଳ୍କ:

  • ସାଧାରଣବର୍ଗ- ୧୫୦୦ ଟଙ୍କା
  • ଏସ୍‌ସି/ଏସ୍‌ଟି/ପିଡବ୍ଲୁଡି- ୫୦୦ ଟଙ୍କା

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ www.curaj.ac.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment