ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଉ କାହାର ମାଟି ଘର ରହିବନି। ସରକାରଙ୍କ ତରଫରୁ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଶନିବାର ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ପ୍ରତାପ ଜେନା।

ସେ କହିଛନ୍ତି ଯେ ଆଗାମୀ ତିନି ବର୍ଷ ମଧ୍ୟରେ ରାଜ୍ୟରେ ଆଉ ମାଟି ଘର ରହିବନି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ ସତନ୍ତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

ବିଜୁ ପକ୍କା ଘର ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକମାନଙ୍କୁ ଏହି ଘର ଯୋଗାଇଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Comment