ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଓ ଆସନ୍ତାକାଲି ରାଜ୍ୟରେ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗ ହେବ। ରାଜ୍ୟର କେତେକ ଅଞ୍ଚଳରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ।

ନୟାଗଡ଼, ପୁରୀ, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୧୦ ପରେ ବର୍ଷା କମିବ। ହେଲେ ଶୀତ ବଢ଼ିବା ସହ ଘନ କୁହୁଡ଼ି ଲାଗି ରହିବ। ୧୦ ତାରିଖ ପରେ ଦିନର ତାପମାତ୍ରା ସ୍ୱାଭାବିକ ରହିବା ସହ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ।

ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିରରେ ସର୍ବାଧିକ ୩୩ ମିମି ବର୍ଷା ରେକର୍ଡ ହୋଇଛି।

Comment