ଓଡ଼ିଶାଲାଇଭ ବ୍ୟୁରୋ

ହାତକୁ ଦି ହାତ ହେଲେ ଓଲିଉଡ ଅଭିନେତା ଅମ୍ଳାନ। ଓଡ଼ିଆ ଫିଲ୍ମ ଜଗତର ଜଣାଶୁଣା, ଲୋକପ୍ରିୟ ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ତାଙ୍କ ପିଲାବେଳର ବାନ୍ଧବୀ ଭୂମିକାଙ୍କୁ ବିବାହ କରିଛନ୍ତି।

କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କ ବାସଭବନରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ଉତ୍ସବରେ ସଂପର୍କୀୟଙ୍କ ସମେତ ଓଲିଉଡର ଅଭିନେତା ବୁଦ୍ଧାଦିତ୍ୟ, ଅଭିନେତ୍ରୀ ମହେଶ୍ୱତା, ଜିନା ଓ ତାଙ୍କ ସ୍ୱାମୀ, ଅଭିନେତ୍ରୀ ଦିବ୍ୟା, ତମନ୍ନା ଯୋଗ ଦେଇଥିଲେ। ଗତ ଡିସେମ୍ବର ମାସ ୮ ତାରିଖରେ ଭୂମିକାଙ୍କ ସହ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ଭୂମିକା କିନ୍ତୁ ଫିଲ୍ମ ଦୁନିଆରୁ ସହିତ ଜଡ଼ିତ ନୁହଁନ୍ତି।

ଅମ୍ଳାନ ନିରଞ୍ଜନ ରଣାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟାର୍ଗେଟ୍‌’ରୁ ଓଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ ଅନେକ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ଅମ୍ଳାନଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ‘ଟାର୍ଗେଟ’, ‘ତୁ ମୋ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘କଲେଜ୍‌ ଟାଇମ୍‌’, ‘ନୂଆ ନୂଆ ପ୍ରେମ’, ‘ସପନର ପଥେ ପଥେ’, ‘ବଜରଙ୍ଗୀ’ ଓ ‘ଫ୍ରମ୍ ମି ଟୁ ୟୁ’।  ଏବେ ତାଙ୍କ ଅଭିନୀତ ‘ରାଜା ସାହିବା’, ବାଜିବଲୋ ସାହାନାଇ’ ଏବଂ ‘ରୋମିଓ ରାଜା’ ଆଦି ସିନେମା ରିଲିଜ ଅପେକ୍ଷାରେ ରହିଛି।

Comment