ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସ କବଳରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଯାଇ କଠୋର ହୋଇଛନ୍ତି ଚୀନ ସରକାର। କୋରୋନା ସନ୍ଦିଗ୍ଧଙ୍କୁ ଚୀନର ପୋଲିସ୍ ଟାଣି ଟାଣି ହସ୍ପିଟାଲ ନେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି।

ଚୀନରେ ଏବେ କୋରୋନା ଭାଇରସରେ ୭ଶହରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ଏଥିସହ ୩୪ ହଜାରରୁ ଅଧିକ ଲୋକ ଏବେ କୋରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ମିଳିଛି। ଏଭଳି ପରିସ୍ଥିତିରେ କୋରୋନା କବଳରୁ ମୁକୁଳିବା ପାଇଁ ଚୀନ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଯେଉଁ କୋରୋନା ସନ୍ଦିଗ୍ଧମାନେ ହସ୍ପିଟାଲ ଯାଇ ଚିକିତ୍ସା କରୁନାହାନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଉଠାଇ ନିଆଯାଉଛି। ଏପରିକି ଯେଉଁ ଲୋକମାନେ ତାଙ୍କ ରୋଗର ଠିକ୍ ଭାବେ ଚିକିତ୍ସା କରୁନାହାନ୍ତି ସେମାନଙ୍କୁ ଗିରଫ କରାଯାଉଛି ବୋଲି ମଧ୍ୟ ସୂଚନା ରହିଛି।

Comment