ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନରେ ମହାମାରୀର ରୂପ ନେଲାଣି କୋରୋନା ଭାଇରସ। ଏହି ଭାଇରସ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ମାତ୍ର ଆଜିଯାଏଁ ଏହି ଭାଇରସ ପାଇଁ କୌଣସି ଔଷଧ ବାହାରି ପାରନି। ବର୍ତ୍ତମାନ ସୁଦ୍ଧା ଚୀନ ୯୦୨ ଜଣଙ୍କର ମୃତ୍ୟୁ ଘଟିଲାଣି।

ମୃତକମାନଙ୍କ ମଧ୍ୟରୁ ୯୦୦ ଜଣ ଚୀନର ନାଗରିକ ହୋଇଥିଲା ବେଳେ ୨ ଜଣ ହଙ୍ଗକଙ୍ଗ ଓ ଫିଲିପାଇନ୍ସ ନାଗରିକ ବୋଲି ଜଣାପଡ଼ିଛି। ସେହିପରି ଚୀନରେ ୪୦ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କରୋନା ଭାଇରସ ଏବେ ୨୪ଟି ଦେଶକୁ ବ୍ୟାପିଛି। ଅନ୍ୟ ୩୦୦ ଜଣ ନାଗରିକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବା ଯୋଗୁଁ ଚୀନର ୨ ଡାକ୍ତର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment