ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ବସ୍‌ରେ ବିଦ୍ୟୁତ ତାର ଲାଗିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏହି ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କୁ ସସପେଣ୍ଡ କରିଛନ୍ତି। ଦାୟିତ୍ୱରେ ଅବହେଳା ଯୋଗୁଁ ବ୍ରହ୍ମପୁର ଇଲେକ୍‌ଟ୍ରିକାଲ ଡିଭିଜନ ଜେଇ ଦେବାଶିଷ ନାୟକ, ସହକାରୀ ଯନ୍ତ୍ରୀ ବିଶ୍ୱରଞ୍ଜନ ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସ୍ୱରାଜ କୁମାର ପାଣିଗ୍ରାହୀ ଓ ଏସଡିଓ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ସସପେଣ୍ଡ କରାଯାଇଛି। ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।

ରବିବାର ବ୍ରହ୍ମପୁର ସହର ଗୋଳନ୍ଥରା ଥାନା ମୋଲପତୁରି ନିକଟରେ ଏକ ବସ୍‌ରେ କିଛି ଲୋକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ବାଟରେ ଏକ ୧୧ କେଭି ବିଦ୍ୟୁତ ତାର ବସରେ ଲାଗିଯାଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ବିଦ୍ୟୁତ୍ ଆଘାତ ପାଇଥିଲେ। ସ୍ଥାନୀୟ ଲୋକମାନେ ବିଦ୍ୟୁତ୍ କାଟିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/GdDI3XxY4zRF106ts2biAQ

Comment