ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ଦିନ ଧରି ରାଜ୍ୟରେ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ଆସିଛି। ଆଜି ପାଗ ଶୁଖିଲା ରହିବା ସହ ଶୀତ ଟିକେ ବଢ଼ିଛି। ଆଜିଠାରୁ ଅଧିକ ଶୀତ ଅନୁଭୂତ ହେଉଛି।

ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବୁଲେଟିନ୍‌ ଅନୁଯାୟୀ, ରାଜ୍ୟରେ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, କଟକ, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ସହ ରାତିର ତାପମାତ୍ରା ହ୍ରାସ ପାଇବ।

ଆସନ୍ତା ୧୫ ତାରିଖ ଯାଏଁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment