ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାପାନରେ ତଟରେ କୋରୋନା ଆକ୍ରାନ୍ତ ଚିହ୍ନ ପାଇଁ ଅଟକି ରହିଛି ଜାହାଜ। ଉଦ୍ଧାର ପାଇଁ ଜାହଜରେ ଥିବା ଭାରତୀୟଙ୍କ ନିବେଦନ।

“ଆମେ ଭୟଭୀତ ଅଛୁ, ମୋଦିଜୀ ଆମକୁ କୋରୋନା କବଳରୁ ରକ୍ଷା କର। ଆମକୁ ସୁରକ୍ଷିତ ଭାବେ ଘରେ ପହଞ୍ଚାନ୍ତୁ” ଏଭଳି ଆକୁଳ ପ୍ରାର୍ଥନା କରିଛନ୍ତି ଜାପାନର ୟୋକୋହାମା ତଟରେ ଜାହଜ ଭିତରେ ଫସି ରହିଥିବା ଭାରତୀୟ।

ଡାଇମଣ୍ଡ ଏକ୍ସପ୍ରେସ ନାମକ ଏକ ଜାହଜ ଜାପାନରର ୟୋକୋହାମା ବନ୍ଦର ନିକଟରେ ଗତ ସୋମବାରଠୁ ଅଟକି ରହିଛି। ଏଥିରେ କୋରୋନା ଆକ୍ରାନ୍ତ ଥିବା ଖବର ପରେ ଜାପାନ ସରକାର ପରୀକ୍ଷା ନିରୀକ୍ଷା ପାଇଁ ଜାହଜଟିକୁ ଅଲଗା ରଖିଛନ୍ତି।

ହେଲେ ଜାହଜରେ ଥିବା ୩ ହାଜର ୭୦୦ ଯାତ୍ରୀଙ୍କ ମଧ୍ୟରୁ ଏବେ ସୁଦ୍ଧା ୫୦୦ ଜଣଙ୍କ ସାମ୍ପଲ ପରୀକ୍ଷା ହୋଇଛି। ସେଥିରୁ ୬୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏଥିରେ  ଭାରତରୁ ୧୬୦ କ୍ରିୟୁ ଓ ୮ ଜଣ ଯାତ୍ରୀ ରହିଛନ୍ତି। ତେଣୁ ଶୀଘ୍ର ସେମାନଙ୍କୁ କୋରୋନା ଆକ୍ରାନ୍ତଙ୍କ ପାଖରୁ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ଜାହଜ ମଧ୍ୟରେ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳୁନାହିଁ। ଏହାସହ ଜାହଜରେ ପରୀକ୍ଷା ବ୍ୟବସ୍ଥା ମଧ୍ୟ ମନ୍ଥର ଗତିରେ କରାଯାଉଛି। ଜାହଜରେ ଥିବା ୫ ଜଣ କ୍ରିଉ ଏକ ଭିଡିଓ କରି ମୋଦୀ ସରକାରଙ୍କୁ ନିବେଦନ କରିଛନ୍ତି।

Comment