ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣ କେବେ ନା କେବେ ଟ୍ରେନରେ ବସିଥିବେ କିମ୍ବା ଟ୍ରେନକୁ ଲାଇନ ଉପରେ ଚାଲିଥିବା ଦେଖିଥିବେ। ଆପଣ କେବେ ଲକ୍ଷ୍ୟ ରଖିଛନ୍ତି କି, ପ୍ରତ୍ୟେକ ଟ୍ରେନର ଶେଷ ବଗିରେ ଇଂରାଜୀ ଅକ୍ଷରରେ X ଲେଖାଥିବା ଦେଖାଯାଇଥାଏ। ଏହାର କାରଣ କ’ଣ ଜାଣିଛନ୍ତି କି ?

ଭାରତୀୟ ରେଳ ବିଭାଗର ନିୟମ ଅନୁସାରେ ପ୍ରତ୍ୟେକ ଯାତ୍ରୀବାହୀ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରହିବା ବାଧ୍ୟତାମୂଳକ।

ଏହି ଚିହ୍ନ ସହ ଶେଷ ବଗିରେ ଗୋଟିଏ ଲାଲ୍ ରଙ୍ଗର ଲାଇଟ୍ ମଧ୍ୟ ଜଳୁଥିବା ନଜର ଆସିଥାଏ। ଏହାଦ୍ୱାରା ରେଳ କର୍ମଚାରୀଙ୍କୁ ଜଣାପଡ଼ିଥାଏ ଯେ, ଏହା ହେଉଛି ଟ୍ରେନର ଶେଷ ବଗି।

ଯଦି କୌଣସି ଟ୍ରେନର ଶେଷ ବଗିରେ ଏହି ଚିହ୍ନ ନଥାଏ, ତେବେ ଟ୍ରେନରେ କୌଣସି ତ୍ରୁଟି ରହିଥିବା ଜଣାପଡ଼ିଥାଏ। ଟ୍ରେନର ଶେଷ ବଗି ଟ୍ରେନଠୁ ଅଲଗା ହୋଇଯାଇଛି ବୋଲି ଏହି ଚିହ୍ନ ସାହାଯ୍ୟରେ ହିଁ ଜଣା ପଡ଼ିଥାଏ।

ଏହାସହ ଟ୍ରେନ ଟ୍ରାକରେ କାମ କରୁଥିବା ରେଳ କର୍ମଚାରୀ ମଧ୍ୟ ଏହି ଚିହ୍ନ ସାହାଯ୍ୟରେ ଟ୍ରେନର ଗତିବିଧି ସମ୍ପର୍କରେ ଜାଣି ପାରିଥାନ୍ତି। ଖରାପ ପାଗ ସମୟରେ ଏହି X ଚିହ୍ନ ଆଉ ଲାଲ ଲାଇଟ୍ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଯାହା ଦ୍ୱାରା ବିଭିନ୍ନ ପ୍ରକାର ଅଘଟଣକୁ ରୋକାଯାଇପାରୁଛି।

Comment