ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରାଫିକ୍ ଜାମ ନେଲା ୫ ବର୍ଷ ଶିଶୁର ଜୀବନ। ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରେ ଏକ ଆମ୍ବଲାନ୍ସ ଟ୍ରାଫିକ୍ ଭିଡରେ ଫସି ରହିବା କାରଣରୁ ଜଣେ ଶିଶୁର ମୃତ୍ୟୁ ଘଟିଛି।

ନୀରୋଦ ନାୟକ ଜଣେ ବ୍ୟକ୍ତି ତାଙ୍କ ଅସୁସ୍ଥ ପୁଅକୁ କ୍ୟାପିଟାଲ ହସ୍ପିଟାଲରୁ ଆମ୍ବୁଲାନ୍ସରେ ନେଇ ପଟିଆ ଆଡ଼କୁ ଆସୁଥିଲେ। ହେଲେ ବାଟରେ ଥିବା ଟ୍ରାଫିକମାନଙ୍କରେ ତାଙ୍କୁ ବାଟ ଛଡ଼ା ଯାଇନଥିଲା। ଏହା ଫଳରେ ରାଜଭବନରରୁ ପଟିଆ ଯିବାକୁ ତାଙ୍କୁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା, ଫଳରେ ଠିକ୍ ସମୟରେ ଚିକିତ୍ସା ଅଭାବରୁ ଶିଶୁଟି ମୃତ୍ୟୁବରଣ କରିଛି।

ଅନ୍ୟପଟେ ନୀରୋଦ ନାୟକ ଅଭିଯୋଗ କରିଛନ୍ତି ଯେ ଆମ୍ବୁଲାନ୍ସ ପାଇଁ ରାସ୍ତା ବାହାର କରିବା ପାଇଁ ଟ୍ରାଫିକ୍ ଅଫିସରମାନେ କୌଣସି ପ୍ରୟାସ କରିନଥିଲେ। ଆମ୍ବୁଲାନ୍ସର ଶବ୍ଦ ଶୁଭାଯାଉଥିଲେ ମଧ୍ୟ ଟ୍ରାଫିକ୍ ଅଫିସରମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ସେହି କାରଣରୁ ଠିକ୍ ସମୟରେ ଚିକିତ୍ସା ନପାଇ ତାଙ୍କ ପୁଅର ମୃତ୍ୟୁ ଘଟିଛି।

ମଙ୍ଗଳବାର ନୀରୋଦ ତାଙ୍କ ଅସୁସ୍ଥ ପୁଅକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ଶିଶୁଟିର ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ହେବା କାରଣରୁ ଡାକ୍ତର ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରିବାକୁ କହିଥିଲେ, କିନ୍ତୁ ନୀରୋଦ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୁଅର ଚିକିତ୍ସା କରିବାକୁ ପଟିଆ ଆଡ଼କୁ ଯାଉଥିଲେ। ଏହାପରେ କିନ୍ତୁ ରାଜଧାନୀର ଟ୍ରାଫିକ୍ ଜାମ୍ ତାଙ୍କ ପୁଅ ମୃତ୍ୟୁର କାରଣ ପାଲଟିଛି।

Comment