ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କୋରୋନା ଭାଇରସ୍‌। ଏହି ଭୂତାଣୁ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ୍‌ ୧୦୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହୁବଇ ହେଲ୍ଥ କମିସନ୍‌ଙ୍କ ରିପୋର୍ଟ ଅନୁଯାୟୀ, ସୋମବାର ୨୦୯୭ ସନ୍ଦିଗ୍ଧ ସମ୍ନାକୁ ଆସିଛି।

ଏହି ଭାଇରସର ମୁକାବିଲା ପାଇଁ ଭାରତୀୟ ବିମାନବନ୍ଦରରେ କଡ଼ା ବ୍ୟବସ୍ଥା କରାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ୨ ଲକ୍ଷ ୫ ହଜାର ଲୋକଙ୍କର ସ୍କ୍ରିନିଂ କରାଯାଇଛି।

ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କରୋନା ଭାଇରସ ଏବେ ୨୪ଟି ଦେଶକୁ ବ୍ୟାପିଛି। ଏହି ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବା ଯୋଗୁଁ ଚୀନର ୨ ଡାକ୍ତର ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

Comment