ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାଘର ୭ ଜନ୍ମର ସଂପର୍କ, ହେଲେ ଅନେକଙ୍କ କ୍ଷେତ୍ରରେ ଏହି ସଂପର୍କ ୭ ଜନ୍ମ ତ ଦୂରର କଥା ଗୋଟିଏ ଜନ୍ମରେ ସାରାଜୀବନ ରହୁନି। ବିବାହର ଅଳ୍ପ କେଇ ବର୍ଷ ପରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ସେମାନେ ଅଲଗା ରହୁଛନ୍ତି। କେହି କେହି ଦ୍ୱିତୀୟ ବିବାହ କରୁଥିଲା ବେଳେ ଆଉ କେହି ସାରା ଜୀବନ ଏକା ରହିବାକୁ ବାଛି ନେଉଛନ୍ତି। ଏମିତି କିଛି ଘଟଣା ବଲିଉଡ ସେଲିବ୍ରିଟିଙ୍କ ଜୀବନରେ ମଧ୍ୟ ଘଟିଛି। ଯେଉଁମାନେ ଛାଡ଼ପତ୍ର ପରେ ଦ୍ୱିତୀୟ ବିବାହ ନକରି ଏକା ଏକା ଜୀବନ ବିତାଉଛନ୍ତି। ଆସନ୍ତୁ ଜାଣିବା ସେହି ସେଲିବ୍ରିଟିଙ୍କ ବିଷୟରେ…

କରିସ୍ମା କପୁର

କପୁର ଖାନଦାନର ବଡ଼ ଝିଅ ତଥା ବଲିଉଡ ଅଭିନେତ୍ରୀ କରିସ୍ମା କପୁର ୨୦୦୩ରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ବିବାହର ୧୩ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ। କରିସ୍ମାଙ୍କଠୁ ଅଲଗା ହେବା ପରେ ସଞ୍ଜୟ ଅନ୍ୟତ୍ର ବିବାହ କରିଥିଲେ। ମାତ୍ର କରିସ୍ମା ଏଯାଏଁ ବିବାହ କରିନଥାନ୍ତି। ସେ ତାଙ୍କ ପିଲାମାନଙ୍କ ସହ ରହୁଛନ୍ତି।

ଅମୃତା ସିଂହ

ଅମୃତା ସିଂହଙ୍କ ବିଷୟରେ ସଭିଏଁ ଜାଣନ୍ତି। ୧୯୯୧ରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ସେ ବିବାହ କରିଥିଲେ। ବିବାହର ୧୩ ବର୍ଷ ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ। ଅମୃତାଙ୍କଠୁ ଅଲଗା ହେବା ପରେ ସୈଫ୍‌ ଅଭିନେତ୍ରୀ କରୀନାଙ୍କୁ ବିବାହ କରିଥିଲେ। ମାତ୍ର ଅମୃତା ବିବାହ ନକରି ଝିଅ ସାରା ଓ ପୁଅ ଇବ୍ରାହିମଙ୍କ ସହିତ ରହୁଛନ୍ତି।

କୋଙ୍କଣା ସେନ

ଅଭିନେତ୍ରୀ କୋଙ୍କଣା ସେନ୍‌ ଅଭିନେତ୍ରୀ ରଣବୀର ସୌରୀଙ୍କୁ  ୨୦୧୦ରେ ବିବାହ କରିଥିଲେ। ବିବାହର ୫ ବର୍ଷ ପରେ କୋଙ୍କଣା ପରସ୍ପରଠୁ ଅଲଗା ହୋଇଥିଲେ। କୋଙ୍କଣା ଏବେ ନିଜ ଝିଅଙ୍କ ସହ ଏକା ରହୁଛନ୍ତି।

Comment