ଓଡ଼ିଶାଲାଇଭ ବ୍ୟୁରୋ

କେଜିଏଫ୍‌ ୧ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇବା ପରେ ଏବେ କେଜିଏଫ୍‌ ୨ ଧମାକା କରିବାକୁ ଯାଉଛି। ଦର୍ଶକ ଏହି ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଫିଲ୍ମର ଷ୍ଟାର କାଷ୍ଟରେ ଏବେ ଆଉ ଏକ ବଡ଼ ନାଁ ଯୋଡ଼ି ହୋଇଛି। ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହିତ ଅଭିନେତ୍ରୀ ରବିନା ଟଣ୍ଡନ ନଜର ଆସିବେ ବୋଲି ଜଣାପଡ଼ିଛି।

ଏଥିରେ ରବିନା ପ୍ରଧାନମନ୍ତ୍ରୀ ରାମିକା ସେନ ଭୂମିକାରେ ଅଭିନୟ କରିବେ। ଏନେଇ ନିର୍ଦ୍ଦେଶକ  ପ୍ରଶାନ୍ତ ନିଲ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

କେଜିଏଫ୍‌ ୨ରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକା କରିବେ। ସାଉଥ ଷ୍ଟାର ୟଶ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ। ୟଶ ଫିଲ୍ମର ପ୍ରଥମ ପାର୍ଟରେ ବି ଲିଡ୍‌ ରୋଲରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ। କେଜିଏଫ୍ ୧ କନ୍ନଡ, ତେଲୁଗୁ, ତାମିଲ, ହିନ୍ଦୀ ଭାଷାରେ ରିଲିଜ ହୋଇଥିଲା।

Comment