ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଶୀତ କମିବ। ସାତ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। ସେହିପରି ଦିନର ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା ଦୁଇ ଦିନ ଯାଏଁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜିଠୁ ଅନୁଗୁଳ, ବାଲେଶ୍ୱର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପଅବଳ ଶୀତ ଲାଗି ରହିବ। ଏହିସବୁ ଅଞ୍ଚଳରେ ତାପମାତ୍ରା ୨ରୁ ୪ଡିଗ୍ରୀ କମ୍ ରହିବ।

ଅନୁଗୁଳ ଓ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ଥିବା ବେଳେ ଝାରସୁଗୁଡ଼ାରେ ୯.୬ ଡିଗ୍ରୀ ରହିଥିଲା। ଅନ୍ୟସବୁ ଜିଲ୍ଲାଗୁଡ଼ିକରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି।

Comment