ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରେମ ଏକ ସୁନ୍ଦର ଶାଶ୍ୱତ ଅନୁଭବ। ଏଥିପାଇଁ କୌଣସି ଖାସ ଦିନର ଆବଶ୍ୟକତା ନଥାଏ ତଥାପି ଫେବ୍ରୁଆରି ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀଙ୍କ ପାଇଁ ଖାସ ହୋଇଥାଏ।

ଏହି ପ୍ରେମ ସପ୍ତାହରେ ହିଁ ନିଜ ମନ କଥା ସାଥୀଙ୍କୁ କହିବା ପାଇଁ ଉପଯୁକ୍ତ ହୋଇଥାଏ। ତେବେ କେହି କେହି ଗୋଲାପ ଦେଇ ହେଉ ବା ଚକୋଲେଟ, ଟେଡ୍ଡୀ ଦେଇ ହେଉ ନିଜ ମନ କଥା କହିଥାନ୍ତି। ଆଉ କେହି କେହି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ପ୍ରମିଜ୍‌ ଡେରେ ସାଥୀଙ୍କୁ କିଛି ପ୍ରମିଜ୍‌ ଦେଇ ଭଲ ପାଇବା ଜାହିର କରିଥାନ୍ତି।

ଏହି ଦିନରେ ପରସ୍ପରକୁ ପ୍ରତିଶ୍ରୁତି ଦେଇ ସାରା ଜୀବନ ଏକାଠି ବାଟ ଚାଲିବାକୁ ପ୍ରତିଜ୍ଞା ନେଇଥାନ୍ତି ପ୍ରେମୀଯୁଗଳ।

ତେବେ ଆଜି ସେହି ଦିନ ଅର୍ଥାତ ଫେବ୍ରୁଆରି ୧୧। ଆଜିର ଦିନକୁ ପ୍ରମିଜ୍‌ ଡେ ଭାବେ ପାଳନ କରିଥାନ୍ତି ପ୍ରେମୀଯୁଗଳ।

ଏହି ଦିନ ହିଁ ପ୍ରେମିକ/ ପ୍ରେମିକା ପରସ୍ପର ସହ ଏକ ଖାସ୍‌ ପ୍ରମିଜ୍‌ କରିଥାନ୍ତି। ସମ୍ପର୍କଙ୍କୁ ମଜବୁତ କରିବା ପାଇଁ ପରସ୍ପର ସହ କଥା ଦିଆନିଆ ହୋଇଥାନ୍ତି। ତେବେ ଏହା ଆପଣଙ୍କ ଉପରେ ନିର୍ଭର କରେ ଆପଣ ଆପଣଙ୍କ ସାଥୀକୁ ଦେଇଥିବା କଥା କେତେ ଦୂର ରଖିପାରିବେ।

ତେବେ  ଆପଣ ଆପଣଙ୍କୁ ସାଥୀଙ୍କୁ ଖାସ ପ୍ରତିଶ୍ରୁତି ଦେବାପାଇଁ ଏହି ଦିନ ହିଁ ଆପଣଙ୍କୁ ସୁଯୋଗ ଦେଇଥାଏ ।

Comment