ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲାରେ ନିର୍ମାଣ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର। ଏଥିପାଇଁ କେନ୍ଦ୍ର ସରକାର ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ କେବଳ ଜମି ପ୍ରଦାନ କରିବେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ପରେ ଏନେଇ ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଥିଲେ ଯେ ରାଉରକେଲାରେ ଖୁବଶୀଘ୍ର ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ମୋଟ୍ ୨ଶହ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ। ଏଥିସହିତ ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଏକ୍ସଟେନସନ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ପ୍ରତି ଏକ୍ସଟେନସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ ହେବ।

ଏଥିସହିତ ସାରା ଦେଶରେ ୨୨୬ଟି କ୍ଲଷ୍ଟର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Comment