ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାରେ (ନାସ୍‌ନାଲ୍‌ ହାଇଓ୍ଵେ ଅଥରିଟି ଅଫ୍‌ ଇଣ୍ଡିଆ) ଜଏଣ୍ଟ ଆଡ୍‌ଭାଇଜର୍‌ (ପ୍ଲାଣ୍ଟେସନ୍‌) ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ୍‌ ୧୦ଟି ପୋଷ୍ଟ ଖାଲି ରହିଛି। କେବଳ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ହିଁ ଆବେଦନ କରିପାରିବେ।

ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ। ଏହି ନିଯୁକ୍ତି ଗ୍ରୀନ୍‌ ହାଇଓ୍ଵେ ଡିଭିଜନ୍‌ ଅଧୀନରେ ହେବ।

ଯୋଗ୍ୟତା:

କୃଷି ବା ଉଦ୍ୟାନ କୃଷି ବା ଜଙ୍ଗଲ ଓ ପରିବେଶ ବିଜ୍ଞାନରେ ସ୍ନାତକ କରିଥିବେ। ଜଙ୍ଗଲ/ ଉଦ୍ୟାନ କୃଷି/ ପରିବେଶ ବିଜ୍ଞାନରେ ୧୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା– ୬୫ ବର୍ଷ

ଦରମା– ୭୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଆନ୍‌ଲାଇନ୍‌ ଆବେଦନ କରିପାରିବେ। ଆବଶ୍ୟକୀୟ ଶିକ୍ଷାଗତ ସାର୍ଟିଫିକେଟ, ଅଭିଜ୍ଞତା କାଗଜପତ୍ର, ପାସପୋର୍ଟ ସାଇଜ ଫଟୋର ସ୍କାନ୍‌କପି ଆଦିକୁ ଅପ୍‌ଲୋଡ୍‌ କରିବେ। ଏହି ବିଜ୍ଞପ୍ତି ଫେବ୍ରୁଆରି ୧୨ରେ ପ୍ରକାଶ ପାଇଛି ଏବଂ ଏହାର ୧୫ଦିନ ମଧ୍ୟରେ ଆବେଦନ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ସୂଚିତ କରାଯାଇଛି।

ଏହି ନିଯୁକ୍ତି ବିଷୟରେ ଅଧିକ ତଥ୍ୟ ପାଇଁ nhai.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment