ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ଭାଲେଣ୍ଟାଇନନ୍ସ ଡେ’। ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପ୍ରେମୀଯୁଗଳ। ଭାରତ ସମେତ ବିଭିନ୍ନ ଦେଶରେ ଯୁବପିଢ଼ି ଏହି ଦିନଟକୁ ବେଶ୍‌ ଉତ୍ସାହର ପାଳନ କରିଥାନ୍ତି।

ଏମିତି ଏକ ଦେଶ ଅଛି ଯେଉଁଠି ‘ଭାଲେଣ୍ଟାଇନ୍ସ ଡେ’ ‘ସିଷ୍ଟର ଡେ’ ଭାବେ ପାଳନ କରାଯାଉଛି। ଭାଲେଣ୍ଟାଇନ୍ସ ଡେ’ ପାଶ୍ଚାତ୍ୟ ପରମ୍ପରା ହୋଇଥିବାରୁ ଏହି ଦିନକୁ ସିଷ୍ଟର ଡେ’ ପାଳନ କରାଯାଉଛି।

ଏହି ଦେଶ ହେଉଛି ପାକିସ୍ତାନ। ଯେଉଁଠି ‘ଭାଲେଣ୍ଟାଇନ୍ସ ଡେ’ କୁ ଯୁବପିଢ଼ି ‘ସିଷ୍ଟର ଡେ’ ରୂପେ ପାଳନ କରୁଛନ୍ତି।

ପାକିସ୍ତାନର ଫୈଜଲବାଦ ଏଗ୍ରିକଲ୍ଚର ୟୁନିଭର୍ସିଟି ଏହି ନିର୍ଣ୍ଣୟ ନେଇଛି। ପାଶ୍ଚାତ୍ୟ ସଂସ୍କୃତିରେ ପରବର୍ତ୍ତନ କରି ପ୍ରାଚ୍ୟ ସଂସ୍କତିର ପ୍ରସାର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Comment