ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଲକାତାରେ ୨ ଜଣ କୋରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ୟାଙ୍କକ୍‌ରୁ କୋଲକାତା ଫେରିଥିବା ୨ ବ୍ୟକ୍ତି ଏହି ଭାଇରସ୍‌ର ଶିକାର ହୋଇଛନ୍ତି। ଦୁଇ ଜଣଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

କୋଲକାତା ଏୟାରପୋର୍ଟରେ ଥର୍ମାଲ ସ୍କାନିଂ ଦ୍ଵାରା ଏହି ଦୁଇ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ଏହି ଦୁଇ ବ୍ୟକ୍ତି ବ୍ୟାଙ୍କକ୍‌ରୁ କୋଲକାତା ଆସିଥିଲେ।

ଚୀନ୍‌ରେ କୋରୋନା ଭାଇରସ୍‌ ଭୟଙ୍କର ହେବାରେ ଲାଗିଛି। ଏହି ଭାଇରସ୍‌ ଯୋଗୁଁ ଚୀନ୍‌ରେ ୧୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ବୁଧବାର ଗୋଟିଏ ଦିନରେ ୨୪୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଡବ୍ଲୁଏଚ୍‌ଓ ଏହି ଭାଇରସ୍‌ ପାଇଁ ବିଶ୍ଵ ହେଲ୍‌ଥ ଏମଜେନ୍ସି ଜାରି କରିଛି।

ଚୀନ୍‌ରେ ୪୫ ହଜାରରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ମଧ୍ୟ କରାଯାଇଛି। ଏହି ରୋଗକୁ ମୁକାବିଲା କରିବା ପାଇଁ ଚୀନ୍‌ ସରକାର ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ଭାଇରସ୍‌ ଏସିଆ ମହାଦେଶରେ ଥିବା ଦେଶଗୁଡ଼ିକରେ ଅଧିକ ପ୍ରଭାବ ପାଇବାର ସମ୍ଭାବନା ମଧ୍ୟ କରାଯାଇଛି। ଭାରତ ସରକାର ଏହି ରୋଗକୁ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସହ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

Comment