ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ପରଦାରେ ଓଡ଼ିଆ ଦର୍ଶକଙ୍କ ପାଇଁ ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଓ୍ୱେବ ସିରିଜ୍ ଚୁମ୍ବକ। ସମଲିଙ୍ଗୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ୱେବ୍‌ ସିରିଜ। ଦୁଇ ଝିଅ କିପରି ଲୁହା ଓ ଚୁମ୍ବକ ଭଳି ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି, ଦୁହିଁକ ପ୍ରେମ ସମ୍ପର୍କକୁ ସମାଜ କେମିତି ଦେଖୁଛି ଓ ତା’ପରେ ସେମାନେ ଏକାଠି ରହିବା ପାଇଁ କ’ଣ କରୁଛନ୍ତି? ଏହା ହେଉଛି ସୁଶାନ୍ତ ମଣିଙ୍କ ‘ଚୁମ୍ବକ’ର କାହାଣୀ।

ଏହି ଓ୍ୱେବ ସିରିଜ୍‌ରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତମନ୍ନା, ସାନୁ ଓ ଆର୍ଯ୍ୟନ ଦାଶ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି। ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍ସ ଡେ’ରେ ରିଲିଜ୍‌ ହେବ। ତରଙ୍ଗ ପ୍ଲସ ଆପ୍‌ରେ ଦର୍ଶକ ଚୁମ୍ବକକୁ ଦେଖିପାରିବେ।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଓ୍ୱେବସିରିଜ୍‌ର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ରେହା ଆନନ୍ଦ। ଏହାର ସଂଳାପ ଲେଖିଛନ୍ତି ଚନ୍ଦନ। କ୍ୟାମେରା ପରିଚାଳନା ଶୁଭ୍ରାଂଶୁ ଦାସ କରିଥିବା ବେଳେ ସମ୍ପାଦନା ଦାୟିତ୍ଵ ଦେଇଛନ୍ତି ସୁକୁମାର ମଣି।

Comment