ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଫିଲ୍ମ ଅଂଗ୍ରେଜୀ ମିଡିୟମ ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଫିଲ୍ମ ଜରିଆରେ ପୁଣିଥରେ ବଡ଼ପରଦାକୁ ଫେରିଛନ୍ତି ଅଭିନେତା ଇରଫାନ୍‌ ଖାନ୍‌। କ୍ୟାନ୍ସରର ଚିକିତ୍ସା ପରେ ଏହି ଫିଲ୍ମରେ ଜବରଦସ୍ତ ଭୂମିକାରେ ନଜର ଆସିବେ ଇରଫାନ। ଏଥିରେ ଇରଫାନ ନିଜ ଅଭିନୟର ଜଲଓ୍ୱା ଦେଖାଇବେ।

ଫିଲ୍ମରେ ଇରଫାନ ନିଜ ଝିଅର ସ୍ୱପ୍ନ ପୂରଣ କରିବା ପାଇଁ କିଭଳି ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳିବ। ଏଥିରେ ଇରଫାନଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ରାଧିକା ମଦନ।

ଫିଲ୍ମରେ କମେଡି, ଇମୋସନ, ଫ୍ୟାମିଲି ଡ୍ରାମା ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଯୋଗାଇବ ବୋଲି ଆଶା କରାଯାଉଛି।

ଏଥିରେ ଇରଫାନ, ରାଧିକାଙ୍କ ବ୍ୟତୀତ ଅଭିନେତ୍ରୀ କରିନା କପୁରଙ୍କୁ ବି ଦେଖିବାକୁ ମିଳିବ। ଏଥିରେ ହୋମି ଅଦଜାନିଆ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ମାର୍ଚ୍ଚ ୨୦ରେ ଫିଲ୍ମ ରିଲିଜ ହେବାକୁ ଯାଉଛି।

Comment