ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ମାମଲାରେ ଦୋଷୀ ବିନୟ ଶର୍ମାର ରିଟ୍‌ ପିଟିସନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ ଖାରଜ ହେବା ପରେ ଏନେଇ ବିନୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

ଫାଶୀ ଦଣ୍ଡାଦେଶକୁ କୋହଳ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିବାକୁ ବିନୟ କୋର୍ଟରେ ଆବେଦନ କରିଛି।

ଅନ୍ୟପକ୍ଷରେ ଦୋଷୀଙ୍କ ଫାଶୀ ପାଇଁ ଆଜି ନୂଆ ଡେଥ ଓ୍ୱାରେଣ୍ଟ ଜାରି ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ ଦିଲ୍ଲୀ ପଟିୟାଲା ହାଉସକୋର୍ଟ। ନିର୍ଭୟାଙ୍କ ବାପା, ମା’ ଓ ତିହାର ଜେଲ କର୍ତ୍ତୃପକ୍ଷ ଏହି ଆବେଦନ କରିଥିଲେ।

Comment