ଓଡ଼ିଶାଲାଇଭ୍ ବ୍ୟୁରୋ

ସାଓମୀ ଆଣିଛି ନୂଆ ସ୍ମାର୍ଟଫୋନ୍ Redme 8A Dual। ଗ୍ରାହକମାନେ ମାତ୍ର ୬,୪୯୯ ଟଙ୍କା ଦେଇ ଏହି ଦମଦାର ଫୋନକୁ କିଣିପାରିବେ।

କମ୍ପାନି ଦୁଇଟି ମଡେଲରେ ଏହାକୁ ଲଞ୍ଚ୍ କରିଛି। ପ୍ରଥମ ମଡେଲରେ ଫୋନର RAM ୨ ଜିବି ରହିଛି। ଏହାର ଦମା ରହିଛି ୬,୪୯୯ ଟଙ୍କା। ସେହିପରି ଦ୍ୱିତୀୟ ମଡେଲରେ ୩ ଜିବି RAM ବିଶିଷ୍ଟ ଫୋନକୁ ଲଞ୍ଚ କରାଯାଇଛି। ଏହାର ଦାମ୍ ରହିଛି ୬,୯୯୯ ଟଙ୍କା।

ଏଥିରେ ଗ୍ରାହକମାନେ ୫ ହଜାର mAhର ଦମଦାର ବ୍ୟାଟେରୀ ପାଇପାରିବେ। ଏଥିସହିତ ଏଥିରେ ୬.୨୨ର ଏଚଡି ସ୍କ୍ରିନ୍ ସହିତ ୧୩ ମେଗାପିକ୍ସେଲର ରିଅର କ୍ୟାମେରା ଓ ୮ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି।

Comment