ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତିକୁ ଅପରାଧୀମୁକ୍ତ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ନିର୍ବାଚନରେ ଲଢ଼ିବା ପାଇଁ ଯଦି ରାଜନୈତିକ ଦଳମାନେ କୌଣସି ଅପରାଧୀକୁ ଟିକେଟ୍ ଦେଲେ, ତେବେ ପ୍ରାର୍ଥୀ ଘୋଷଣାର ହେବାର ୭୨ ଘଣ୍ଟା ମଧ୍ୟରେ ତା’ର ଅପରାଧର ସମସ୍ତ ଚିଠା ନିର୍ବାଚନ କମିସନରଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ।

ଏଥିସହିତ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳଗୁଡ଼ିକ ନିଜର ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡକୁ ତାଙ୍କର ଦଳୀୟ ୱେବସାଇଟରେ ଖୁଲାସା କରିବେ। ଏଥିସହିତ ସ୍ଥାନୀୟ ଖବରକାଗଜମାନଙ୍କରେ ମଧ୍ୟ ଏ ସମ୍ବନ୍ଧରେ ସୂଚନା ଦିଆଯିବ।

ରାଜନୈତିକ ଦଳ କାହିଁକି ସେହି ପ୍ରାର୍ଥୀଙ୍କୁ ଟିକେଟ୍ ଦେଲା ସେନେଇ ଉତ୍ତରଦାୟୀ ରହିବେ। ଯଦି କୌଣସି ଦଳ ଏହି ନିର୍ଦ୍ଦେଶକୁ ମାନିବେନି ତେବେ ଏହାକୁ ସୁପ୍ରିମକୋର୍ଟଙ୍କ ଅବମାନନା ବୋଲି ଗ୍ରହଣ କରାଯିବ।

ଗତ କିଛିବର୍ଷ ଧରି ରାଜନୀତିରେ ଅପରାଧୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଥିଲା। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ବେଶ୍ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି।

Comment