ଓଡ଼ିଶାଲାଇଭ୍‌ ବ୍ୟୁରୋ

କେଶରେ ରୁପି ଭଳି ସମସ୍ୟା ଦେଖାଦେବା ଏବେ ଏକ ସାଧାରଣ ସମସ୍ୟା ହୋଇ ଗଲାଣି। କେବଳ କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ।

ରାତିରେ ଦୁଇ ଚାମଚ ମେଥିକୁ ଭିଜାଇ ରଖିଦିଅନ୍ତୁ। ସକାଳେ ଏହାର ପେଷ୍ଟ କରିନିଅନ୍ତୁ। ଏହାକୁ ମୁଣ୍ଡରେ ଲଗାଇ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ରୁପି ସମସ୍ୟା କମ୍‌ ହେବ।

କଞ୍ଚା କ୍ଷୀରରେ ସାଧାରଣତଃ ଅନେକ ଉପକାରୀ ଗୁଣ ମିଶି କରିଥାଏ। ଏହା ବ୍ୟବହାର କରିବା ଦ୍ୱାରା ଏଥିରେ ଥିବା ପୋଷଣ ଅଂଶ କେଶକୁ ମଜବୁତ୍ କରିବା ସହ କେଶ ଜନିତ ବିଭିନ୍ନ ସମସ୍ୟାକୁ ଦୂର ମଧ୍ୟ କରିବାରେ ସହାୟକ ହୋଇଥାଏ। ତେବେ ଏହାକୁ ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଗାଧୋଇବାର କିଛି ସମୟ ପୂର୍ବରୁ ଆପଣଙ୍କ କେଶ ମୁତାବକ କଞ୍ଚା କ୍ଷୀରକୁ ମୁଣ୍ଡରେ ଭଲ ଭାବରେ ଲଗାଇଦିଅନ୍ତୁ। ଆଉ ପରେ ତାକୁ ସଫା କରିଦିଅନ୍ତୁ। ଦେଖିବେ ନିଶ୍ଚୟ ରୁପି ସମସ୍ୟା ଦୂର ହେବ।

ଗୋଟିଏ ଚାମଚ ମେଥିଦାନାକୁ ଗରମ ପାଣିରେ ଫୁଟାନ୍ତୁ। ପରେ ଗୋଟିଏ ରାତି ପାଇଁ ନଡ଼ିଆ ତେଲରେ ଏହାକୁ ପକାଇ ରଖନ୍ତୁ। ସକାଳେ ତେଲକୁ କେଶ ମୂଳରେ ଭଲ ଭାବେ ଲଗାନ୍ତୁ। ଏହା କେଶ ଝଡ଼ିବା କମ୍‌ କରିବ। ମେଥି ପାଣିକୁ ମଧ୍ୟ କେଶରେ ଲଗାଇ ପାରିବେ।

ଗୋଟିଏ କପ୍‌ ପାଣିରେ ତିନି ଚାମଚ ମେଥିକୁ ଛଅ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ପରେ ଏହାକୁ ପାଣିରୁ ଛାଣି ବାଟି ଦିଅନ୍ତୁ। ମିଶ୍ରଣରେ ତିନି ଚାମଚ ଅଁଳା ତେଲ ମିଶାନ୍ତୁ। ପରେ ଏହାକୁ କେଶମୂଳରେ ଭଲ ଭାବେ ଘଷି ୩୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ। କେଶ ବଢ଼ିବା ଖୁବ୍ କମ୍ ଦିନରେ ବନ୍ଦ ହୋଇଯିବ।

Comment