ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ଡବଲ ମର୍ଡର ମାମଲରେ ଦତନ୍ତକାରୀ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏହି ମାମଲାରେ ତଦନ୍ତ କରିଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦକୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏନେଇ ବିଳାସପୁର ଆଇଜି ହିମାଂଶୁ ତାଗଡ଼ିଆ ସୂଚନା ଦେଇଛନ୍ତି।

ଏଭଳି ଏକ ଜଟିଳ ହତ୍ୟା ମାମଲାରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବାରୁ ପୋଲିସ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ପ୍ରାୟ ୪ ବର୍ଷ ତଳ ହତ୍ୟାକାଣ୍ଡ ଘଟଣାର ଖୁଲାସା କରିପାରିଥିଲା ରାୟଗଡ଼ ପୋଲିସ।

୨୦୧୬ ମସିହାରେ କଳ୍ପନା ଦାସ ନାମକ ଜଣେ ଓ ତାଙ୍କ ଝିଅକୁ ଅତି ନିର୍ମମ ଭାବେ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଥିଲେ ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ। ଏହି ହତ୍ୟାକାଣ୍ଡରେ ରାୟଗଡ଼ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଶେଷରେ ପହଞ୍ଚିଥିଲା ଅନୁପ ସାଏଙ୍କ ପାଖରେ।

ଛତିଶଗଡ଼ ପୋଲିସ ବୁଧବାର ରାତିରେ ଝାରସୁଗୁ଼ଡ଼ାରୁ ଅନୁପ ସାଏଙ୍କୁ ଗିରଫ କରିଥିଲା। ଗିରଫ ପରେ ମାରାଥନ୍‌ ଜେରା କରିଥିଲା ପୋଲିସ। ଶେଷରେ ସବୁ ସତକଥା ମାନି ନେଇଥିଲେ ଅନୁପ ସାଏ। ସେହିଁ କଳ୍ପନା ଓ ତାଙ୍କ ଝିଅକୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା କରିଥିଲେ।

Comment