ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନରେ ଲଗାତର ବଢ଼ୁଛି କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା। ଏବେ ମୃତ୍ୟୁସଂଖ୍ୟା ୧୫ ଶହ ଟପିଲାଣି। ଏହି ଭାଇରସ ବାହାର ଦେଶକୁ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି। ଜାପାନରେ କୋରାନା ଯୋଗୁଁ ଜଣେ ୮୦ ବର୍ଷୀୟା ମହିଳାଙ୍କ ମୃତ୍ୟ ହୋଇଥିବା ଜଣାପଡ଼ିଛି।

ଏହି ଭାଇରସ ବର୍ତ୍ତମାନ ୨୭ଟି ଦେଶରେ ବ୍ୟାପି ସାରିଛି। ଏଥିପାଇଁ ଚୀନରେ ମାର୍ଚ୍ଚ ଯାଏଁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ଭୂତାଣୁ ପୂରା ବିଶ୍ୱ ପାଇଁ ବଡ଼ ବିପଦ ବୋଲି WHO ପକ୍ଷରୁ କୁହାଯାଇଛି।

୪୫ ହଜାରରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଚିହ୍ନଟ ମଧ୍ୟ କରାଯାଇଛି। ଏହି ରୋଗକୁ ମୁକାବିଲା କରିବା ପାଇଁ ଚୀନ୍‌ ସରକାର ମଧ୍ୟ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଉଛି। ଏହି ଭାଇରସ୍‌ ଏସିଆ ମହାଦେଶରେ ଥିବା ଦେଶଗୁଡ଼ିକରେ ଅଧିକ ପ୍ରଭାବ ପାଇବାର ସମ୍ଭାବନା ମଧ୍ୟ କରାଯାଇଛି। ଭାରତ ସରକାର ଏହି ରୋଗକୁ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ସହ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

Comment