ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ବ୍ରଜରାଜନଗର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପୂରା ଘଟଣା ନେଇ ଆଜି ଅପରାହ୍‌ଣରେ ଛତିଶଗଡ଼ର ରାୟଗଡ଼ ପୋଲିସ ସୂଚନା ଦେବ।

୨୦୧୬ ରେ ଏକ ଡବଲ୍‌ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି ଅଭିଯୋଗରେ ଛତିଶଗଡ଼ର ରାୟଗଡ଼ ପୋଲିସ ବୁଧବାର ରାତିରେ ତାଙ୍କୁ ଝାରସୁଗୁଡ଼ାରୁ ଉଠାଇ ନେଇଥିଲା। ଦିନ ତମାମ ମାରାଥନ ଜେରା କରି ଗୁରୁବାର ଗିରଫ କରିଥିଲା।

ଅନୁପ ସାଏ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ଗିରଫ ହେବା ପରେ ତାଙ୍କ ଏହି ପଦରୁ ହଟା ଯିବା ସହ ବିଜେଡିରୁ ମଧ୍ୟ ବହିଷ୍କାର କରାଯାଇଛି।

୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ହାତ ଥିବା ସନ୍ଦେହ କରିଥିଲା ପୋଲିସ।

Comment