ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୪ ତାରିଖରେ ଲଞ୍ଚ୍ ହେବ Realme X50 Pro 5G। ଏହାର ଗ୍ଲୋବଲ୍ ଲଞ୍ଚିଙ୍ଗ୍ ସ୍ପେନର ରାଜଧାନୀ ମାଦ୍ରିଦରେ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ରିୟଲ ମି’ର ଥିବ ଫୋନଗୁଡ଼ିକ ମଧ୍ୟରେ ଏହା ସବୁଠାରୁ ଶ୍ରେଷ୍ଠ ହେବ ବୋଲି କୁହାଯାଇଛି। ଏଥିରେ Qualcomm Snapdragon ୮୬୫ ପ୍ରୋସେସର ରହିବ ବୋଲି କୁହାଯାଇଛି।

ଏଥିସହିତ ଏହି ଫୋନରେ ୧୨ ଜିବି RAM ସହିତ ୨୫୬ ଜିବିର ଷ୍ଟୋରେଜ୍ ରହିବ। ଗ୍ରାହକମାନେ ଏଥିରେ ଫୁଲ୍ ଏଚଡି ସ୍କିନ୍ ପାଇପାରିବେ। ଏଥିରେ ଫେସ୍ ଅନଲକ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

Comment