ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟକର ବିଭାଗ ପକ୍ଷରୁ ଦେଶର ୧୭ କୋଟି ପାନକାର୍ଡଧାରୀଙ୍କୁ ଚେତାବନୀ ଦିଆଯାଇଛି। ଯଦି ପାନ୍ କାର୍ଡଧାରୀମାନେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନିଜର ପାନ୍ କାର୍ଡକୁ ଆଧାର ନମ୍ବର ସହ ଲିଙ୍କ୍ କରିବେନି ତେବେ ଏହାକୁ ଅଚଳ କରିଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଆୟକର ବିଭାଗର ସୂଚନା ଅନୁସାରେ ଜାନୁଆରି ୨୭ ତାରିଖ ସୁଦ୍ଧା ଦେଶର ପ୍ରାୟ ୩୦ କୋଟି ଲୋକ ନିଜର ପାନ୍ କାର୍ଡ ସହିତ ଆଧାର ଲିଙ୍କ୍ କରିଦେଇଛନ୍ତି। ଏବେ ବି ୧୭ କୋଟି ଲୋକ ନିଜର ପାନ୍ କାର୍ଡକୁ ଆଧାର ଲିଙ୍କ୍ କରିନାହାନ୍ତି। ତୁରନ୍ତ ସେମାନେ ପାନ୍ କାର୍ଡକୁ ଆଧାର ଲିଙ୍କ୍ କରାନ୍ତୁ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାନ୍ କାର୍ଡ ସହ ଆଧାର ଲିଙ୍କ୍ ହେବା ପକ୍ରିୟାର ତାରିଖକୁ କେନ୍ଦ୍ର ସରକାର ଅନେକ ଥର ଘୁଞ୍ଚାଇ ସାରିଛନ୍ତି। ଏବେ ଏହାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି।

Comment