ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ ସୁପରଷ୍ଟାର ନୀତିନ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ସେ ତାଙ୍କ ଗାର୍ଲଫ୍ରେଣ୍ଡ ଶାଲିନୀଙ୍କ ସହ ନିର୍ବନ୍ଧ କରିଛନ୍ତି। ନିର୍ବନ୍ଧ ଫଟୋ ନୀତିନ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ନୀତିନ ସାଉଥ୍‌ ଫିଲ୍ମରେ ବେଶ୍‌ ସକ୍ରିୟ ଅଛନ୍ତି। ୨୦୦୨ରେ ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଲେଣି।

ସେହିପରି ଶାଲିନୀ ୟୁକେ ୟୁନିଭର୍ସିଟିରେ  ବିଜନେସ୍‌ ମ୍ୟାନେଜମେଣ୍ଟ ପଢ଼ୁଛନ୍ତି। ଗତ ୮ ବର୍ଷ ହେଲା ଉଭୟ ରିଲେସନସିପ୍‌ରେ ରହିଥିଲେ।

Comment