ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ପ୍ରତିବର୍ଷ ଇଦ୍‌ ଅବସରରେ ନିଜ ଫିଲ୍ମ ରିଲିଜ କରାନ୍ତି। ଚଳିତ ବର୍ଷ ତାଙ୍କ ଫିଲ୍ମ ‘ରାଧେ’ ଇଦ୍‌ରେ ରିଲିଜ ହେବାକୁ ଯାଉଛି। ଏଥସହିତ ୨୦୨୧ ଇଦ ପାଇଁ ମଧ୍ୟ ସଲମାନ ପ୍ରସ୍ତୁତ ହୋଇ ସାରିଲେଣି। ଫିଲ୍ମର ଟାଇଟଲ ସହ ଫିଲ୍ମର କାହାଣୀ ମଧ୍ୟ ଲେଖା ସରିଲାଣି।

ଫିଲ୍ମର ଟାଇଟଲ ‘କଭି ଇଦ୍‌ କଭି ଦିଓ୍ୱାଲି’ ରଖାଯାଇଛି। ପ୍ରଥମ ଥର ପାଇଁ ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ ପୂଜା ହେଗଡେ। ସଲମାନଙ୍କ ସହ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ପୂଜା ବେଶ ଉତ୍ସାହିତ ଅଛନ୍ତି।

ତେବେ ପୂଜାଙ୍କର ଏହା ତୃତୀୟ ହିନ୍ଦୀ ଫିଲ୍ମ। ୨୦୧୬ରେ  ମୋହେଂଜା ଦାରୋ’ରେ ବଲିଉଡରେ ଡେବ୍ୟୁ କରିଥିଲେ ପୂଜା। ଏହାପରେ ହାଉସଫିଲ୍ମ ୪ରେ ଦେଖିବାକୁ ମିଳିଥିଲା। ପ୍ରଥମ ଫିଲ୍ମ ଫ୍ଲପ୍‌ ହୋଇଥିବା ବେଳେ ପୂଜାଙ୍କ ଦ୍ୱିତୀୟ ଫିଲ୍ମ ସୁପରହିଟ ହୋଇଥିଲା।

Comment