ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ଅଧିବେଶନ ଆରମ୍ଭରୁ ସୋମବାର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ। ବିଧାନସଭାରେ ପ୍ରଶ୍ନ ପଚାରିବା ନେଇ ଲଟେରୀ ହେଉନଥିବାରୁ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଛନ୍ତି। ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ପୂର୍ବରୁ ଦୁଇଦିନ ବିରୋଧୀଙ୍କ ହଙ୍ଗାମା, ହୋହଲ୍ଲାରେ ଗୃହରେ ସଂପୂର୍ଣ୍ଣ ଅଚଳାବସ୍ଥା ଦେଖାଯାଇଥିଲା। ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବ ବୋଲି ଆଶା କରାଯାଉଥିଲା ବେଳେ ବିଜେପି ବିଧାୟକମାନେ ଲଟେରୀ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରିଛନ୍ତି।

Comment