ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକୁ ଦିନରେ ଚୀନରେ ବେକାବୁ ହେଉଛି କୋରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ଚୀନରେ ୧୭୭୦ ଜଣଙ୍କ ଜୀବନ ନେଲାଣି କୋରୋନା। ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାରରେ ପହଞ୍ଚିଛି।

ବିଶ୍ୱର ୨୭ରୁ ଅଧିକ ରାଷ୍ଟ୍ରକୁ କୋରୋନା ବ୍ୟାପିଛି। ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକେ ଏହି ଭାଇରସ ପାଇଁ ପ୍ରାଣ ହରାଉଛନ୍ତି।

ସେହିପରି ଚୀନରୁ ଫେରିଥିବା ଭାରତୀୟଙ୍କ ୪୦୬ ଜଣ ଭାରତୀୟଙ୍କ ରକ୍ତ ନମୁନାରେ ନେଗେଟିଭ ରିପୋର୍ଟ ଆସିଛି। ଉହାନ ସହରରୁ ଭାରତ ସରକାରଙ୍କ ଦ୍ୱାରା ବିମାନରେ ଆସିଥିବା ଏହି ଲୋକମାନଙ୍କୁ ଆଇଟିବିପିର ଏକ ଶିବିରରେ ରଖାଯାଇଥିଲା। ପ୍ରାୟ ୧୫ ଦିନ ଯାଏଁ ଏମାନଙ୍କୁ ଅବଜରଭେସନରେ ରଖାଯିବା ପରେ ସମସ୍ତେ କୋରୋନା ମୁକ୍ତ ଥିବା ଜଣାପଡ଼ିଛି।

Comment