ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଥଳସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନକୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ପୁରୁଷମାନଙ୍କ ଭଳି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଏଥିସହ ସେନାରେ ମହିଳାଙ୍କୁ କମାଣ୍ଡିଙ୍ଗ୍‌ ଅଫିସର ଭାବେ ନିଯୁକ୍ତି ଦେବାକୁ କୋର୍ଟ ରାୟ ଦେଇଛନ୍ତି।

‘ସ୍ଥାୟୀ କମିସନ୍‌’ରେ ଚୟନ ହୋଇଥିବା ଜଣେ ଅଧିକାରୀ ୬୦ ବର୍ଷ ବୟସ ଯାଏଁ ସେନାବାହିନୀରେ ଚାକିରି କରନ୍ତି। ୨୦୧୦ରେ ଭାରତୀୟ ସେନାବାହନୀରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିସନ୍‌ ଦିଆଯିବା ସପକ୍ଷରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ। କେନ୍ଦ୍ର ସରକାର ଏହାକୁ ବିରୋଧ କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପୁରୁଷମାନଙ୍କ ତୁଳନାରେ ମହିଳା ଅଧିକାରୀମାନଙ୍କର ଶାରୀରିକ ଦକ୍ଷତା କମ୍‌ ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ କହିଥିଲେ। ଏଥସହିତ ଯଦି ମହିଳାଙ୍କୁ କମାଣ୍ଡିଙ୍ଗ୍‌ ଅଫିସର କରାଯାଏ ତେବେ ପୁରୁଷ ଯବାନମାନେ ତାଙ୍କ କମାଣ୍ଡ ଗ୍ରହଣ କରିବା ସହଜ ହେବନାହିଁ ବୋଲି କେନ୍ଦ୍ର ସରକାର କହିଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ମାନସିକତାକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। କେନ୍ଦ୍ର ସରକାରଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ଏଥସହିତ ସେନାରେ ସବୁବେଳେ ସମାନତା ରହିବା ଦରକାର ବୋଲି କୋର୍ଟ କହିଛନ୍ତି।

Comment