ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ ବିରୋଧରେ ଗତ ୨ ମାସ ହେଲା ଦିଲ୍ଲୀର ସାହିନବାଗରେ ଜାରି ପ୍ରଦର୍ଶନ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଜଷ୍ଟିସ ସଞ୍ଜୟ କୌଶଳ,  ଜଷ୍ଟିସ୍‌ କେ ଏମ୍‌ ଜୋସେଫ୍‌ ଏହି ମାମଲାର ଶୁଣାଣି କରିଛନ୍ତି।

ଅଧିକାର ସୁରକ୍ଷା ପାଇଁ ପ୍ରଦର୍ଶନର ବିରୋଧରେ ନାହିଁ କୋର୍ଟ। ବିରୋଧ କରିବାର ଅଧିକାର ଅଛି ହେଲେ ରାସ୍ତା ବନ୍ଦ କରିବାର ଅଧିକାର କାହାର ନାହିଁ। ବିରୋଧ ନାଁରେ ସମସ୍ତେ ଯଦି ରାସ୍ତାକୁ ଓହ୍ଲାଇବେ ତେବେ କ’ଣ ହେବ ବୋଲି କହିଛନ୍ତି କୋର୍ଟ। ଏଥିସହ ଦିଲ୍ଲୀ ପୋଲିସକୁ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨ ମାସ ହେଲା ଦିଲ୍ଲୀର ସାହିନବାଗରେ ସିଏଏକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି। ଫଳରେ ରାସ୍ତା ବନ୍ଦ ରହିଛି। ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରଦର୍ଶନ ବିରୋଧରେ କୋର୍ଟରେ ଆବେଦନ ହୋଇଥିଲା।

Comment